Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ ଦୁର୍ଘଟଣା, ୨ ଶ୍ରମିକଙ୍କ ମୃତ୍ୟୁ

7/01/2020 at 10:00 AM

ରାଉରକେଲା ୭।୧: ରାଉରକେଲା ପୂଜା ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଦୁର୍ଘଟଣା । ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି ଅଜୟ ସାମଦ, ପଙ୍କଜ କେରକେଟା । ଅଜୟ ସାମଦଙ୍କ ଘର ଝାଡଖଣ୍ଡ ହୋଇଥିବା ବେଳେ ପଙ୍କଜ କେରକେଟାଙ୍କ ଘର ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ।

ପୂଜା ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ମୃତଦେହ ଆରଜିଏଚ୍ ଶବଗୃହରେ ରଖାଯାଇଛି । ତେବେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ସେପଟେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

   Related Posts