ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର୍, ୨ଜଣ କାର୍ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରକ

Published By : Prameya-News7 Bureau | December 31, 2018 IST

ରାଇରଙ୍ଗପୁର ୩୧/୧୨: ଠିଆହୋଇ ଥିବା ଟ୍ରକକୁ ଧକ୍କା ଦେଲା ଇଣ୍ଡିକା କାର । ଘଟଣାସ୍ଥଳରେ ଦୁଇ କାର ଆରୋହୀଙ୍କ ମୃତ୍ୟୁ । ମୃତକ ମାନେ ହେଲେ ବହଳଦା ଥାନା ଦୁନ୍ଦୁ ଗ୍ରାମର ଆଲତାଫ ହୁସେନ ଓ ମସରୁମ ଆଲମ । ବହଳଦା ଦୁନ୍ଦୁ ରାସ୍ତା କଡରେ ଥିବା ଢ଼ାବାରେ ଟ୍ରକ ଡ୍ରାଇଭର ଗାଡିକୁ ଠିଆ କରି ଖାଇବାକୁ ବସିଥିବା ବେଳେ ଏକ ଦ୍ରୁତ ଗତିରେ ଇଣ୍ଡିକା କାର ଟ୍ରକର ପଛ ପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୁଇ ଜଣ କାର ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚିଥିଲା କିନ୍ତୁ ଉତ୍ତ୍ୟକ୍ତ ଲୋକେ ଅଗ୍ନିଶମ ଗାଡିକୁ ଘଟଣାସ୍ଥଳକୁ ଛାଡି ନଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନାକୁ ଦେଖି ପୋଲିସ ଅଧିକ ଫୋର୍ସ ମଗାଇବା ସହିତ କାହାକୁ ଘଟଣାସ୍ଥଳକୁ ଛାଡୁ ନାହିଁ । ସ୍ଥାନୀୟ ଲୋକେ ଟ୍ରକ କାରକୁ ଧକ୍କା ଦେଇଥିବାର ଅଭିଯୋଗ କରିଛନ୍ତି । ଦୁନ୍ଦୁଏକ ମୁସଲିମ ବହୁଳ ଏରିଆ ହୋଇଥିବାରୁ ପୋଲିସ ପରିସ୍ଥିତି ଉପରେ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.