Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପାଇଖାନା ଟାଙ୍କି ଫଲ୍ସ ଖୋଲୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ଦୁଇ ମୃତ

29/09/2019 at 2:55 PM

ଜଗତସିଂହପୁର ୨୯।୯: ଜଗତସିଂହପୁର ଥାନା ମରିଚାପଦା ଗ୍ରାମରେ ଅଘଟଣ । ପାଇଖାନା ଟାଙ୍କି ଫଲ୍ସ ଖୋଲୁଥିବା ବେଳେ ଶ୍ଵାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମରିଚାପଦା ଗ୍ରାମର ରାଜୁ ଭୋଇ ଓ ମଣ୍ଡା ସାହିର ପ୍ରକାଶ ବାରିକ ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ମରିଚାପଦା ଗାଁର ବଳରାମ ପତିଙ୍କ ନୂଆ ଘରର ପାଇଖାନା ଟାଙ୍କି ଫଲ୍ସ ଖୋଲିବା ପାଇଁ ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ ଏହି ଦୁଇ ଜଣ । ମାତ୍ର ଟାଙ୍କି ମଧ୍ୟରୁ ଆଉ ବାହାରକୁ ବାହରି ପାରିନଥିଲେ । ମାତ୍ର କିଛି ସମୟ ପରେ ସେମାନେ ନ ବହାରିବାରୁ ପାଖରେ କାମ କରୁଥିବା ଲୋକେ ସେମାନଙ୍କୁ ବାହାରକୁ ବାହାର କରି ଜଗତସିଂହପୁର ମେଡିକାଲକୁ ଆଣିଥିଲେ । ମାତ୍ର ମେଡିକାଲରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

   Related Posts