ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ; ଶଳା ଓ ଭିଣୋଇ ମୃତ
Published By : Prameya-News7 Bureau | August 26, 2018 IST
ବାଲେଶ୍ବର ୨୭/୮ : ବାଲେଶ୍ବର ଜିଲ୍ଲା ରସାଳପୁର ରାସ୍ତା ପାଗନଈ ନିକଟ ପୋଲରେ ପିଟି ହୋଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଶଳା ଓ ଭିଣୋଇଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି କାଳିଆ ହେମ୍ବ୍ରମ ଏବଂ ସୁଦର୍ଶନ ହେମ୍ବ୍ରମ । ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି ।