ନବରଙ୍ଗପୁରରେ ଆମ୍ବ ଟାକୁଆ ଖାଇ ୨ ମୃତ, ୨ ଗୁରୁତର
20/08/2018 at 10:12 PM

ନବରଙ୍ଗପୁର ୨୧/୮ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଗୁରୁସିଙ୍ଘା ପଂଚାୟତ ମଇନାପଦର ଗାଁରେ ଅଭାବନୀୟ ଘଟଣା ଘଟିଛି । ଆମ୍ବ ଟାକୁଆ ଖାଇ ଗୋଟିଏ ପରିବାରର ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ୩୦ ବର୍ଷୀୟ ସୁଧାମଣୀ ସନ୍ତା ଓ ୧୨ ବର୍ଷୀୟ ନମିତା ସାନ୍ତା । ନମିତା ସନ୍ତାଙ୍କ ଗାଁରେ ମୃତ୍ୟୁ ହୋଇଥିବା ବେଳେ ସୁଧାମଣୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ନବରଙ୍ଗପୁର ମେଡିକାଲରେ ମୃତ୍ୟୁ ହୋଇଛି । ଦୁଇ ଗୁରୁତର ୨୨ ବର୍ଷୀୟ ପ୍ରମିଳା ସାନ୍ତା ଓ ୬ ବର୍ଷର ଶିଶୁ କାଶ ସାନ୍ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ତେବେ ଗତକାଲି ଦିନ ବେଳା ସମସ୍ତେ ଆମ୍ବ ଟାକୁଆ ଖାଇଥିବା ଜଣାପଡିଛି ।
Related Posts
ରାଜଧାନୀରେ ପାରଦ ୩୮ ଡିଗ୍ରୀ ଟପିଲା, ୧୧ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ
25 February 2021
ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
25 February 2021
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021