କୋଭିଡ୍ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗ, କଟକରେ ୨ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍

Published By : Prameya-News7 Bureau | April 15, 2021 IST

କଟକ ୧୫।୪: କଟକରେ କୋଭିଡ୍ ଗାଇଡ୍ ଲାଇନ୍‌ ଉଲ୍ଲଂଘନ ଅଭିଯୋଗ । କୋଭିଡ୍ ନିୟମ ନମାନିବାରୁ ୨ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍ ହୋଇଛି । କଟକ ରାଣୀହାଟରେ ଥିବା ଓଁ ମା’ ଡାଇଗ୍ନୋଷ୍ଟିକ୍ ଓ ଗୀତା ଡାଇଗ୍ନୋଷ୍ଟିକ୍ କୁ ସିଲ୍‌ କରିଛି ସିଏମ୍‌ସିର ଏନଫୋର୍ସମେଣ୍ଟ ଟିମ୍‌ ।

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । କୋଭିଡ୍‌ ସଂକ୍ରମଣର ତୀବ୍ରତାକୁ ରୋକିବା ଲାଗି କଠୋର ପଦକ୍ଷେପ ନେଉଛି କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ ଅମାନିଆମାନଙ୍କ ଉପରେ ମୋଟା ଅଙ୍କର ଜରିମନା କସୁଛି ପୋଲିସ ପ୍ରଶାସନ । ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇ ଜରିମନା ଆଦାୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସିଏମ୍‌ସିର ଏନଫୋର୍ସମେଣ୍ଟ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ଏଦି ଦୁଇଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଭିଡ଼ ସାଙ୍ଗକୁ କୋଭିଡ୍ ଗାଇଡ୍ଲାଇନ୍ ପାଳନ ହେଉନଥିବା ଦେଖିବାକୁ ମିଳିଥିଲା । ଫଳରେ ଏହି ଦୁଇଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସିଲ୍ କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୮୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୪୬୨୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୧୭୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୯୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୯୪୯୬୨୯୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.