ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ: ୨ମୃତ, ଜଣେ ଗୁରୁତର

Published By : Prameya-News7 Bureau | November 26, 2019 IST

ଚାନ୍ଦବାଲି ୨୬।୧୧:  ଭଦ୍ରକ ଜିଲ୍ଲା ବାଂଶଡା ଥାନା ନୂଆଗାଁ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି  । ମୃତକ ଅଶୋକ ଦାସ, ବଳରାମ ନାୟକ ହୋଇଥିବା ବେଳେ ଆହତଜଣଙ୍କ ନାମ ଆନନ୍ଦ ନାୟକ ବୋଲି ଜଣାପଡିଛି ।

{"id":189885,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଗତକାଲି ବିଳମ୍ବିତ ରାତିରେ ତିନିଜଣ ଯୁବକ ଏକ ବାଇକ ଯୋଗେ ମତୋ-ନଲୋଗୋହରା ରାସ୍ତାରେ ଫେରୁଥିବା ବେଳେ ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲେ । ଦୁର୍ଘଟଣାରେ ବାଇକରେ ଥିବା ତିନିଜଣ ଯୁବକ ଗୁରୁତର ଆହତ ହୋଇଥିଲେ, ପରେ ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଚାନ୍ଦବାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଡାକ୍ତର ଜଣଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତର ଗୁରୁତର ଥିବା  ଦୁଇ ଜଣଙ୍କୁ  ତୁରନ୍ତ କଟକ ସ୍ଥାନାନ୍ତର କରିଥିଲେ। ତେକେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ  ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ତେବେ ମୃତକ ଦୁଇଜଣ ହେଉଛନ୍ତି ଅଶୋକ ଦାସ ଓ ବଳରାମ ନାୟକ ବୋଲି ଜଣାପଡ଼ିଛି ।   ଆନନ୍ଦ ନାୟକ ନାମକ ବ୍ୟକ୍ତି ଆହତ ଅଛନ୍ତି ।  ତିନିଜଣ ଯୁବକ ସ୍ଥାନୀୟ ନଳଗୋହିରା  ଗାଁରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.