Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଜଙ୍ଗଲରୁ ସ୍ବାମୀ ସ୍ତ୍ରୀଙ୍କ ସନ୍ଦେହଜନକ ଭାବରେ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ

16/09/2019 at 4:52 PM

ବଲାଙ୍ଗିର ୧୬/୯:  ସ୍ବାମୀ ସ୍ତ୍ରୀଙ୍କ ସନ୍ଦେହଜନକ ଭାବରେ ମୃତ ଦେହ ଉଦ୍ଧାର ହୋଇଛି। ଲରମ୍ଭା ଥାନା ଚିକିଟିମାଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତକ ହେଲେ ସ୍ବାମୀ ଚିନ୍ତାମଣି ଧରୁଆ ଓ ସ୍ତ୍ରୀ ରୁକ୍କଣୀ ବରିହା। ଆଜି ଚିକିଟାମାଲଚିତା ଡୁଂଗୁରୀ ଜଂଗଲ ମଧ୍ୟରୁ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ ।

ସ୍ବାମୀ ଚିନ୍ତାମଣିଙ୍କ ମୃତ ଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିବା ବେଳେ ସ୍ତ୍ରୀ ରୁକ୍କଣୀଙ୍କ ମୃତ ଦେହ ନିକଟସ୍ଥ ପାହାଡର ପଥର ତଳୁ ଉଦ୍ଧାର କରିଛି ପୋଲିସା ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ  ସାଇଣ୍ଟିଫିକ ଓ ଡଗ ସ୍କାର୍ଡ ପହଂଚି ପରୀକ୍ଷା ନିରିକ୍ଷା ଚଳାଇଛନ୍ତି। ତେବେ ପାରିପାର୍ଶିକ ପରିସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ସଂଦେହ କରୁଥିବା ବେଳେ ଏହା ପଛରେ କହାର ସଂପୃକ୍ତି ଥାଇପାରେ ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଗତ ୧୨ ତାରିଖ ଦିନ ଲରମେଭା ଥାନା ଚିକିଟାମାଲ ନିକଟରେ ଗାଁର ନାରାୟଣ ବରିହାଙ୍କ ଦେଢ ବର୍ଷର ପୁଅର ଲକିର ସମାଧି ଉପରେ ବସି ଜନୈକ ବ୍ୟକ୍ତି ପୂଜାପାଠ କରୁଥିବାର ଦେଖିଥିଲେ କିଛି ବାଟୋଇ। ଗତ ୨୧ ତାରିଖରୁ ପୁଅର ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ଦେଖିବାକୁ ନିଜ ବିଲକୁ ଯିବା ବେଳେ ସେଠାରୁ ଫେରାର ମାରିଥିଲା ପୂଜାପାଠ କରୁଥିବା ବ୍ୟକ୍ତି ଜଣକା ତେବେ ଏନେଇ ଗ୍ରାମରେ ସଭା ବସିଥିବା ବେଳେ ମୃତକଙ୍କ ବଡମା ରୁକ୍କଣୀ ତାଙ୍କୁ ଡାହାଣି ସଂଦେହ ଅଭିଯୋଗ ନେଇ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ । ସେହିପରି ଗ୍ରାମବାସୀଙ୍କ ସହାୟତାରେ ନାରାୟଣ ବରିହା ଆମେ କାହାରିକୁ ଡାହାଣ ସଂଦେହ କରୁନାହୁଁ ବୋଲି ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଘଟଣା ସ୍ଥଳକୁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା।  ତେବେ ଅଭିଯୋଗ ପରେ ଆଜି ହଠାତ ରୁକ୍କଣୀ ବରିହା ଓ ସ୍ବାମୀ ଚିନ୍ତାମଣୀ ବରିହାଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ଏକ ଗୁଣିଗାରେଡି ନେଇ ହତ୍ୟା ସଂଦେହ କୁରୁଛି ପୋଲିସ ।

   Related Posts