ରେଳ ଟ୍ରାକରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
2/01/2020 at 11:07 AM

ବଲାଙ୍ଗୀର ୦୨।୦୧: ରେଳ ଟ୍ରାକ ନିକଟରୁ ଯୁବକ ଓ ଯୁବକତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ମାଧିଆପାଲି ରେଳ ଟ୍ରାକ ନିକଟରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇଜଣ ପ୍ରେମୀ ଯୁଗଳ ହୋଇଥିବା ସନ୍ଦେହ କରାଯାଉଛି । ଉଭୟ କୌଣସି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଜିଆର୍ପି ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛେଦ ନିକଟସ୍ଥ ମେଡିକାଲକୁ ପାଇଁ ପଠାଇଛି ।
