ଯୋଡ଼ା ନେପାଳୀ ହଟିଂ ଅଞ୍ଚଳର ବନ୍ଦଘରୁ ଗଳିତ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 25, 2018 IST

କେନ୍ଦୁଝର ୨୪/୯: ଯୋଡ଼ା ନେପାଳୀ ହଟିଂ ଅଞ୍ଚଳର ବନ୍ଦଘରୁ ଗଳିତ ମୃତଦେହ ଉଦ୍ଧାର । ଏହାସହ ମୁମୂର୍ଷୁ ଅବସ୍ଥାରେ ମୃତ ବ୍ୟକ୍ତିଙ୍କ ବୃଦ୍ଧା ମା'କୁ ଉଦ୍ଧାର କରାଯାଇଛି । ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ୩୩ ବର୍ଷୀୟ ପ୍ରଦୀପ କୁମାର ଦାସ ଓ ତାଙ୍କ ୭୬ ବର୍ଷିୟା ମାଆ ଭାରତୀ ଦାସ । ଉଭୟ ମା' ଓ ପୂଅ ସେହି ଘରେ ରହୁଥିଲେ । ମୃତ ପ୍ରଦୀପ ଏକ ଗହଣା ଦୋକାନରେ କାରିଗର ଭାବେ କାମ କରୁଥିଲେ । ୩ଦିନ ହେଲା ଘର ବନ୍ଦ ଥିଲା । ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଜଣାପଡିନି । ପୋଲିସ ମୃତଦେହ ୨ ଟିକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.