ବୋଲେରୋ ସହ ବାଇକ୍ ମୁହାଁମୁହିଁ ଧକ୍କା ; ଦୁଇ ମୃତ, ଜଣେ ଗୁରୁତର

Published By : Prameya-News7 Bureau | April 28, 2019 IST

ଗୁଣପୁର ୨୮|୪: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ରଙ୍ଗମାଟି ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଗାଁ ନିକଟରେ ଏକ ବୁଲାଣିରେ ବୋଲେରୋ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି ଦୁର୍ଟଣା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ପଦ୍ମପୁର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଜଣକୁ ରାମନାଗୁଡା ମେଡିକାଲରେ ଭର୍ତ୍ତି କରିଛି । ଘଟଣାସ୍ଥଳରୁ ବୋଲେରୋ ଡ୍ରାଇଭର୍ ଫେରାର ହୋଇଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.