ଝଡ ତୋଫାନର କରାଳ ରୂପ, ଶୋଇଥିବା ଅବସ୍ଥାରେ ଗଛ ପଡି ଦୁଇ ମୃତ

Published By : Prameya-News7 Bureau | April 20, 2019 IST

ନୂଆପଡା ୨୦|୪: ନୂଆପଡା ଜିଲ୍ଲାରେ ଝଡ ତୋଫାନର କରାଳ ରୂପ ଦେଖିବାକୁ ମିଳିଛି । ଶୋଇଥିବା ଅବସ୍ଥାରେ ଘର ଉପରେ ଗଛ ପଡିଯିବା ପରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣକୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଜୋଙ୍କ ଥାନା ଭଣ୍ଡାରପୂରି ଗାଁରେ ।

{"id":105132}

ସୂଚନା ଅନୁସାରେ ରାତିରେ ଶୋଇଥିଲେ ଗୋଟିଏ ପରିବାରର ତିନିଜଣ ସଦସ୍ୟ । ରାତି ୧୦ଟା ପରେ ହଠାତ୍ ଝଡ ତୋଫାନ ଆସିଥିଲା । ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିଥିଲା । ଯାହା ଫଳରେ ଏକ ଗଛ ଝଡ ତୋଫାନରେ ଉପୁଡି ଘର ଉପରେ ପଡି ଯାଇଥିଲା । ଘରେ ଶୋଇଥିବା ଗୋଟିଏ ପରିବାରର ମା ଘନେଶ ତାଣ୍ଡି ଓ ନବମ ଶ୍ରେଣୀରେ ପଢୁଥିବା ନାବାଳିକା ତୁଳଶି କୁମାରୀ ତାଣ୍ଡି ଘର ଭିତରେ ସମ୍ପୂର୍ଣ୍ଣ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ଜୋଙ୍କ ଥାନା ପୋଲିସ ଓ ଖରିଆର ରୋଡ୍ ଅଗ୍ନିଶମ ବିଭାଗ ତୁରନ୍ତ ବାହାରିଥିଲେ ମଧ୍ୟ ରାସ୍ତା ସାରା ପଡିଥିବା ଗଛ ଯୋଗୁଁ ତାଙ୍କୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ତେବେ ସେଠାରେ ପହଞ୍ଚି କଟରରେ କାଟି ଦୀର୍ଘ ୩ ରୁ ୪ ଘଣ୍ଟା ପରେ ସୁରକ୍ଷିତ ଜୀବିତ ଅବସ୍ଥାରେ ଜଣକୁ ବାହାର କରିଥିବା ବେଳେ ମା ଏବଂ ଝିଅଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ବାପାକୁ ସଙ୍ଗେ ସଙ୍ଗେ ନୂଆପଡା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ଶବ ବ୍ୟବଚ୍ଛେଦ ପାଇଁ ମା ଓ ଝିଅ ଦୁଇ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.