ସ୍କୁଟି ଦୁର୍ଘଟଣାରେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ

Published By : Prameya-News7 Bureau | January 12, 2019 IST

ଝାରସୁଗୁଡା ୧୨|୧: ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ସହ ଜଣେ କଲେଜ ଛାତ୍ରୀ ର ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଲେ ବିଟିଏମ କଲୋନୀର ସୁନ୍ଦରମ ଝା ଓ ବଢ଼େଇମୁଣ୍ଡା ଅଞ୍ଚଳର ରିତିକ କେଶରୀ। ଆଜି ସକାଳୁ ମୃତ ଛାତ୍ରୀ ସୁନ୍ଦରମ କଲେଜ ଯାଇ ସେଠାରୁ ରିତିକଙ୍କ ସହ ବାଲିଜୋରୀ ନିକଟସ୍ଥ ଇକୋ ପାର୍କ ସ୍କୁଟିରେ ବୁଲିବାକୁ ଯାଉଥିବା ବେଳେ କୌଣସି କାରଣରୁ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ଉଭୟ ଯୁବକ ଓ ଯୁବତୀ ପଡିଥିବା ବେଳେ ସେହି ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଡାକ୍ତରଖାନାରେ ଛାତ୍ରୀ ସୁନ୍ଦରମକୁ ମୃତ ଘୋଷଣା କରିଥିଲେ। ଆହତ ଯୁବକ ରିତିକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିଲା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା। ଉଭୟ ଯୁବକ ଓ ଯୁବତୀ ସ୍କୁଟିରେ ଯାଉଥିଲା ବେଳେ ସେଠାରେ ଅଟକି ରହିଥିବା ଏକ ଟ୍ରାକ୍ଟରକୁ ପିଟିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିଲା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.