ବାଇକ୍କୁ ଧକ୍କା ଦେଲା ଟ୍ରକ୍ ; ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ମୃତ
8/01/2019 at 1:36 PM

ରାୟଗଡା ୮|୧: ସଡ଼କ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୁନିଗୁଡା ସହର ମେନରୋଡରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ରାୟଗଡା ଜିଲ୍ଲା ମୁନିଗୁଡା ସହର ମେନରୋଡରେ ଟ୍ରକ୍ ଟି ବାଇକ୍ କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ଦୁଇ ମୃତକ ଥବିର ପାଲକିଆ ଓ ନରେନ୍ଦ୍ର ଦିଆଲ । ଟ୍ରକଟି ବାଇକକୁ ପଛ ପଟୁ ଧକ୍କା ଦେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକକୁ ଅଟକ ରଖିଛି।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021