ବାଇକ-ବସ୍ ଦୁର୍ଘଟଣାରେ ୨ମୃତ, ଏକାଦଶାହ ଭୋଜି ଖାଇ ଫେରୁଥିଲେ

Published By : Prameya-News7 Bureau | January 28, 2020 IST

ଢେଙ୍କାନାଳ ୨୮।୦୧: ଢେଙ୍କାନାଳ ଭାପୁର ରାସ୍ତାର ଗୋହିରାଖାଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକରେ ଯାଉଥିବା ୨ଜଣ ଯୁବକଙ୍କ ଦୁର୍ଘଟଣାରେ  ମୃତ୍ୟୁ ହୋଇଛି ।  ମୃତକ ଦୁଇଜଣ ହେଲେ ପ୍ରତାପ ଷଡ଼ଙ୍ଗୀ  ଓ ପ୍ରୀତମ ଷଡ଼ଙ୍ଗୀ। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଛି ।

{"id":217122,"sizeSlug":"large"}

ସାଲେପୁର ରାମକୃଷ୍ଣପୁର ଗାଁର ପ୍ରତାପ ଓ ପ୍ରୀତମ ନିଜ ସଂପର୍କୀୟଙ୍କ ଏକାଦଶାହ ଭୋଜି ଖାଇ ଫେରୁଥିଲେ । ସେହିସମୟରେ ଆଦିଶକ୍ତି ନାମକ ଏକ ଘରୋଇ ଭାପୁରରୁ ଢେଙ୍କାନାଳ ଅଭିମୁଖେ ଆସୁଥିଲା । ତେବେ ସଦର ଥାନା ଅନ୍ତର୍ଗତ ଗୋହିରଖାଲ ନିକଟରେ ଏକ ଯାତ୍ରୀବାହୀ ବସଟି  ଧକ୍କା ବାଇକକୁ ଧକ୍କା ଦେଇଥିଲା  ।

{"id":217124,"sizeSlug":"large"}

ଦୁର୍ଘଟଣା ହେବା ଦ୍ବାରା ବାଇକ୍‌ରେ ଥିବା ଦୁଇ ଜଣ ତଳେ ପଡିଯାଇଥିଲେ । ଉଭୟଙ୍କୁ ତୁରନ୍ତ ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନା ନେବା ବାଟରେ ଦୁଇ ଜଣଙ୍କର ମୃତ୍ୟୁ ଘଟି ସାରିଥିଲା । ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ବସକୁ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.