Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବଜ୍ରପାତ ନେଲା ଦୁଇ ଜୀବନ : ରାଉରକେଲାରେ ଏବଂ ବାଙ୍କୀରେ ଦୁଇ ମୃତ

2/10/2019 at 3:52 PM

ରାଉରକେଲା ୨।୧୦: ରାଉରକେଲାରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ହାତୀବାରି ଥାନା ବରେଇଗଡ ଜନତା ହାଇସ୍କୁଲ ସମ୍ମୁଖରେ ବଜ୍ରପାତ ହୋଇଛି । ମୃତ ଯୁବକ ହେଉଛନ୍ତି ଚଇତୁ ଗୌଡ । ତାଙ୍କ ଘର ରେଙ୍ଗାଲ ବେଢା ଗାଁରେ ବୋଲି ଜଣାପଡିଛି । ସେ ଜେରକ୍ସ କରି ସାଇକେଲରେ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ସେହିପରି ବାଙ୍କୀ ଥାନା ନୂଆଓସ୍ତିଆ ଗାଁରେ ମଇଁଷି ଚରାଉ ଥିବାବେଳେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପୀତବାସ ବେହେରା । ମଇଁଷି ପାଳି ନିଜର ଜୀବିକା ନିର୍ବାହ କରୁଥିବା ବେଳେ ଆଜି ଚରାଇବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । କୌଣସି ସୂତ୍ରରୁ ପରିବାର ଲୋକେ ଖବର ପାଇ ତାଙ୍କୁ ନିକଟସ୍ଥ ଆଠଗଡ଼ ମେଡିକାଲ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରିବାରରେ ଏବେ ଶୋକର ଛାୟା ଖେଳି ଯାଇଛି ।

   Related Posts