ଗ୍ୟାସ୍ ଟାଙ୍କି ନେଲା ଦୁଇ ଜୀବନ : ଚା' କରୁଥିବା ବେଳେ ବିସ୍ଫୋରଣ ହୋଇ ଦୁଇ ମୃତ

Published By : Prameya-News7 Bureau | September 01, 2019 IST

ପାରାଦୀପ ୧: ଗ୍ୟାସ୍ ଟାଙ୍କି ଫାଟି ୨ ମୃତ । ହଠାତ୍ ଗ୍ୟାସ୍ ଟାଙ୍କି ଫାଟିଯିବାରୁ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନାର ୨ ସ୍ପିଡ୍ ବୋଟ୍ ଟେକ୍ନିସିଆନଙ୍କ ମୃତ୍ୟୁ ହୋଇଛି । ଏମାନେ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରନାସୀ କ୍ୟାମ୍ପ୍ ଅଫିସରେ କାମ କରୁଥିଲେ ।

ରୋଷେଇ ଘରେ ଚା କରୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ରୋଷେଇ ଘରେ ପେଟ୍ରୋଲ ଥିବାରୁ ଘରେ ନିଆଁ ଲାଗିଯାଇଥିଲା । ମୃତକ ହେଲେ ନୟାଗଡର ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଓ ବ୍ରହ୍ମପୁରର ସୁଶାନ୍ତ କୁମାର ସାହୁ । ଘଟଣା ସ୍ଥଳରେ ପ୍ରକାଶ ଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡା ମେଡିକାଲରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ।

ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ସେ ଆଖି ବୁଜି ଦେଇଛନ୍ତି । ଉଭୟ ବୋଟ୍ ଟେକ୍ନିସିଆନ୍ ଭାବେ କାମ କରୁଥିଲେ । ତେବେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହୀନୀ ବିଳମ୍ବରେ ପହଞ୍ଚିବାରୁ ଉତ୍ତେଜନା ଦେଖାଦେଇଥିଲା । ମହାକାଳପଡା ଥାନା ରାମନଗର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.