ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ
21/06/2019 at 8:26 AM

ଅନୁଗୁଳ ୨୧|୬: ହାତୀ ଆକ୍ରମଣରେ ଅନୁଗୁଳ ଜିଲ୍ଲା ସୁଲେଇପାଳ ଗାଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଦେବରାଜ ସାମଲ ଏବଂ ସୁଧାକର ମହାନ୍ତି । ଏମାନେ ଗତକାଲି ଅପରାହ୍ନରେ ଗାଁ ପାଖ ବିଲକୁ ଖତ ବିଛାଇବାକୁ ଯାଇ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ଗାଁ ନିକଟରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଏଥି ମଧ୍ୟରୁ ଜଣଙ୍କର ମୃତଦେହକୁ ତାଳଚେର ସଦର ଚିକିତ୍ସାଳୟକୁ ଅଣାଯାଇଛି । ସେ ହେଲେ ଦେବରାଜ ସାମଲ। ଆଉ ଜଣଙ୍କର ମୃତଦେହ ସୁଲେଇପାଳ ଗାଁରେ ରହିଛି । ସେ ହେଲେ ସୁଧାକର ମହାନ୍ତି । ଗାଁରେ ଏବେ ଶୋକାକୁଳ ପରିବେଶ ରହିଛି ।
Related Posts
ଛାତ୍ରୀଙ୍କୁ ଟଣା-ଓଟରା କରୁଥିଲେ, ନିସ୍ତୁକ ପିଟିଲେ ଝିଅଘର ଲୋକ
16 April 2021