ହାତୀ ଆକ୍ରମଣରେ ଦୁଇ ମୃତ

Published By : Prameya-News7 Bureau | May 18, 2019 IST

wp:paragraph {"align":"left"}

ଆନନ୍ଦପୁର ୧୮|୫: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତକ ସୋସ ଥାନା କାନପୁର ଗାଁର ସଂଜୁଲତା ରାଉତ । ସେ ଆଜି ଭୋରରୁ ଆମ୍ବ ବାଡିରେ ଆମ୍ବ ତୋଳିବାକୁ ଯାଉଥିବା ସମୟରେ ହାତୀ ଆକ୍ରମଣ ଶୀକାର ହୋଇଥିଲେ ।

{"id":113062}

ସେହିଭଳି ସୋଲ ଥାନା ଅନ୍ତର୍ଗତ ନୂଆଁରୁଗୁଡି ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଜଗା ମଲ୍ଲିକ । ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଗଛ ଆଢୁଆଳରେ ଲୁଚି ରହିଥିବା ଏକ ଦନ୍ତା ହାତୀ ତାଙ୍କୁ କଚାଡି ଦେଇଥିଲା । ସ୍ଥାନୀୟ ଲୋକେ ଦେଖି ଘରଲୋକଙ୍କୁ ଖବର କରିବା ପରେ ତୁରନ୍ତ ତାଙ୍କୁ ପ୍ରଥମେ ଅଗରପଡା ଡାକ୍ତରଖାନା ଓ ପରେ ସେଠାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଲଗାତାର ୨ ଦିନରେ ହାତୀ ନେଲାଣି ୨ ଜୀବନ । ଏହି ଖବର ଗାଁରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ସୂଚନା ମିଳିଛି ।

{"id":113064}

ଚଳିତମାସ ୬ ତାରିଖରେ ଏଠାରୁ ମାତ୍ର ୫ କିମି ଦୂରରେ ଥିବା କୂଶଟୀକିରି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.