ଧାନ ଅମଳ କରି ଫେରିବା ବେଳେ ଅଘଟଣ, ଟ୍ରାକ୍ଟର ଓଲଟି ଚାଲିଗଲା ଦୁଇ ଜୀବନ
5/01/2020 at 10:31 AM

ବାଲେଶ୍ବର ୦୫।୦୧: ବାଲେଶ୍ବର ଜିଲ୍ଲା ରାଇବଣିଆରେ ଅଘଟଣ । ଧାନ ଅମଳ କରି ଫେରୁଥିବା ସମୟରେ ଟ୍ରାକ୍ଟର ଓଲଟି ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଖୁଆଡ ଗାଁର ଗୋପାଲ ଟୁଡୁ ଓ ମାବ୍ରା ହାଂସନ୍ଦା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରାଇବଣିଆରେ ବିଲରୁ ଧାନ ଅମଳ କରି ଫେରୁଥିବା ସମୟରେ ହଠାତ୍ ଟ୍ରାକ୍ଟର ଓଲଟି ପଡିଥିଲା । ଟ୍ରାକ୍ଟର ଓଲଟିବା ଦ୍ବାରା ଗାଡିରେ ଥିବା ୨ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021