ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ମାଡିଗଲା ଟ୍ରକ୍, ଦୁଇ ହୋଟେଲ କର୍ମଚାରୀ ମୃତ

Published By : Prameya-News7 Bureau | August 02, 2019 IST

ସୁନ୍ଦରଗଡ ୨|୮: ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ ଦୁଇ ହୋଟେଲ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":139879}

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଟାଉନ ଥାନା ସମ୍ମୁଖରେ ଦୁର୍ଘଟଣା ହୋଇଛି । ସକାଳୁ ଚାଲି ଚାଲି କାମ କରୁଥିବା ହୋଟେଲକୁ ଯାଉଥିଲେ । ଟ୍ରକ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେମାନେ ଦେବଗଡ ଜିଲ୍ଲାର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଟ୍ରକ୍ ଜବତ କରି ଟାଉନ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.