ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ
23/09/2019 at 11:57 AM

ଜୟପୁର ୨୩।୯: ଅଜଣା ଗାଡି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲା କୁଣ୍ଡୁରା ବ୍ଲକ୍ ଅନ୍ତର୍ଗତ ବେହେରାଗୁଡା ଲିମା ଛକ ନିକଟରେ ହୋଇଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, କୁଣ୍ଡୁରାରୁ ଆସୁଥିବା ବେଳେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ଅଜଣା ଗାଡି । ଫଳରେ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଝିଲିଗୁଡାର ମହେଶ୍ବର କମାର ଓ ନୂଆଗୁଡାର ଚୈତନ୍ୟ କକଲଗାଡିଆ । ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜୟପୁର ମେଡିକାଲକୁ ଅଣାଯାଇଛି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
18 January 2021
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021