ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

Published By : Prameya-News7 Bureau | July 09, 2019 IST

ଦେବଗଡ ୯|୭:  ଦେବଗଡ ଥାନା ଅନ୍ତର୍ଗତ ୫୩ ନମ୍ବର ରାୟପୁର-ଚଣ୍ଡିଖୋଲ ଜାତୀୟ ରାଜପଥର କଟେଇ ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଦେବଗଡ ଜୁନିୟର କଲେଜର ଛାତ୍ରୀ ସୀମାରେଖା ବିଶ୍ବାଳ ରହିଥିବା ବେଳେ ଅନ୍ୟ ଜଣେ ହେଲେ ବାଘିଆବନ୍ଧ ଗ୍ରାମର ଆର୍ତ୍ତ ପ୍ରଧାନ ।

ସୂଚନାଯୋଗ୍ୟ ଯେ, ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବାଘିଆବନ୍ଧ ଗ୍ରାମର ଆର୍ତ୍ତ ନିଜର ସଂପର୍କୀୟ ଭଉଣୀ ସୀମା ରେଖାଙ୍କ ସହ ଦେବଗଡ ସହରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବେସରକାରୀ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଦେବଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଦେବଗଡରୁ ଅନୁଗୁଳ ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଥିବା ବେଳେ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦ୍ବୟକୁ ଘଟଣା ସ୍ଥଳରୁ ହଟାଇବା ସହ ଗାଡି ଚଳାଚଳ ସ୍ବାଭାବିକ  କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.