ସ୍କୁଟିକୁ ଧକ୍କା ଦେଲା ବସ୍, ଘଟଣାସ୍ଥଳରେ ଦୁଇ ମୃତ

Published By : Prameya-News7 Bureau | December 29, 2019 IST

ଅନୁଗୋଳ ୨୯।୧୨: ସ୍କୁଟିକୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, ‘ବିଜୟା’ ନାମକ ଏକ ବସ୍ ଅନୁଗୋଳରୁ କେଉଁଝର ଯାଉଥିବା ବେଳେ ଅନୁଗୋଳ ପାଲଲହଡା ପୁରୁଣାପାଣି ଛକ ନିକଟରେ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ସ୍ଥାନୀୟ ଡିମିରିଆ ଗ୍ରାମର ପ୍ରେମାନନ୍ଦ ବିଶ୍ୱାଳ ଏବଂ ଚଷାଗୁରୁଜାଙ୍ଗ ଗ୍ରାମର ସୁରେଶ ଚନ୍ଦ୍ର ସାହୁ । ଦୁହେଁ ପାଲଲହଡା ଠାରେ ଥିବା ଏକ ୱେଲଡିଂ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । କୌଣସି ଏକ କାମରେ ତାଳଚେର ଯାଉଥିବା ବେଳେ ବସଟି ଏମାନଙ୍କୁ ଧକା ଦେଇଥିଲା । ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ । ପରେ ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକ ଙ୍କୁ ବୁଝା ସୁଝା କରି ରାସ୍ତା ଅବରୋଧ କୁ ହଟାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.