ରାସ୍ତା ତଳକୁ ଓଲଟି ପଡିଲା କାର୍ ; ଦୁଇ ମୃତ, ୪ ଗୁରୁତର

Published By : Prameya-News7 Bureau | May 11, 2019 IST

ଢେଙ୍କାନାଳ ୧୧|୫: ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର କମଗରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା କାର୍ । ଦୁର୍ଘଟଣା ଫଳରେ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଛନ୍ତି । ଦୁଇ ମୃତକ ହେଲେ ଉପେନ୍ଦ୍ର ଜେନା ଓ ତାଙ୍କ ବୋହୂ ପଙ୍କଜିନୀ ଜେନା । ଉପେନ୍ଦ୍ରଙ୍କ ପତ୍ନୀ ଫୁଲ ଜେନା, ପୁଅ ସମୀର ଜେନା ଓ ଦୁଇ ନାତି ନାତୁଣୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ରାଉରକେଲାରୁ ଜଗତସିଂହପୁରର ଡିଅସାହି ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.