ଘର ଭିତରୁ ମିଳିଲା ମହିଳା ଓ ଯୁବକଙ୍କ ମୃତ ଦେହ- ଆତ୍ମହତ୍ୟା ନା ହତ୍ୟା ତଦନ୍ତ ଜାରି

Published By : Prameya-News7 Bureau | January 13, 2020 IST

କେନ୍ଦୁଝର ୧୩।୦୧ - କେନ୍ଦୁଝର ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସୋମବାର ସକାଳୁ ନୂଆବନ୍ଧ ଗାଁରେ ଥିବା ଏକ ଘରୁ ଜଣେ ମହିଳା ଓ ଯୁବକଙ୍କ ମୃତଦେହ ଜବତ କରାଯାଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

{"id":210462,"sizeSlug":"large"}

ତେବେ କେଉଁ ପରିସ୍ଥିତିରେ ଏହି ଯୁବକଙ୍କ ଓ ମହିଳାଙ୍କର ମୃତ୍ୟୁ ହେଲା ତାକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ପୁଲିସ ତାହାର ତଦନ୍ତ କରୁଛି । ଶବବ୍ୟବଚ୍ଛେଦ ହେବାପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । ଏବେ ପୁଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.