ଟିଟିଲାଗଡ଼ରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ
12/09/2018 at 9:31 AM

ବଲାଙ୍ଗିରି ୧୨|୯: ଟିଟିଲାଗଡ଼ରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥ ୫୯ର ସିରୋଲ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି। ଅଜଣା ଗାଡି ଦୁଇଜଣ ବାଇକ୍ ଆରୋହୀଙ୍କ ଉପରୁ ମାଡି ଯିବାରୁ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ।