Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡିରେ ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ମୃତ

16/09/2018 at 9:18 AM

କଳାହାଣ୍ଡି ୧୬|୯: କଳାହାଣ୍ଡି ଜିଲ୍ଲା ଦୁଲୁକିବନ୍ଧ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦୁଇ ଜଣ ହେବଲେ ବିଜମରା ଗାଁର ପଦ୍ମନାଭ ରଣା ଓ ବଡକୁଟୁରୁ ଗାଁର ସୌରଭ ପଣ୍ଡା। ଘଟଣାସ୍ଥଳରେ ପଦ୍ମନାଭ ରଣାଙ୍କ ମୃତ୍ୟୁ ହୋଇଥିବାବେଳେ ସୌରଭ ପଣ୍ଡାଙ୍କର ଜୁନାଗଡ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

   Related Posts