ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | March 17, 2019 IST

ଉମରକୋଟ ୧୭|୩ : ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":94346}

ସୂଚନାଯୋଗ୍ୟ ଯେ, ଉମରକୋଟରୁ ଡାବୁଗାଁକୁ ଯାଉଥିଲେ ଦୁଇ ବାଇକ୍ ଆରୋହୀ । ଝରିଗାଁ ବ୍ଲକ୍ ଅନ୍ତର୍ଗତ ପୁରଲା ଛକ ନିକଟରେ ଟ୍ରାକ୍ଟର ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ଦୁଇ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.