ରାସ୍ତାରେ ପଡିଥିଲା ବୋତଲ ; ମଦ ଭାବି ପିଇ ଚାଲିଗଲା ଦୁଇ ଜୀବନ
4/01/2019 at 2:53 PM

ରେଢାଖୋଲ ୪|୧: ରାସ୍ତାରେ ପଡିଥିବା ବୋତଲ, ମଦ ଭାବି ପିଇ ଚାଲିଗଲା ଦୁଇ ଜୀବନ । ସମ୍ବଲପୁର ଜିଲ୍ଲା ରେଢାଖୋଲ ନାକଟିଦେଉଳ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ପଡ଼ିଥିବା ବୋତଲରୁ ମଦ ଭାବି ପିଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ଫକିର ଖୁରା ଗାଁ ରାସ୍ତାରୁ ପାଇଥିଲା ବିଦେଶୀ ମଦ ବୋତଲ । ପରେ ୩ ଜଣ ଖୁସିରେ ମିଳିମିଶି ମଦ ପିଇଥିଲେ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଗୌଡ଼ପାଲିର କପିଳେଶ୍ବର ଓ ମହୁଲପାଲିର ପବିତ୍ର । ଗୁରୁତର ହେଉଛନ୍ତି ମହୁଲପାଲିର ଫକିର ଖୁରା । ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ମଦ ବୋତଲରେ ବିଷ ଦେଇ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାରଲୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।