ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ମୃତ
10/02/2019 at 10:32 AM

ଚଣ୍ଡିଖୋଲ ୧୦|୨: ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏନଏଚ-୫ ଚଣ୍ଡିଖୋଲ କଣ୍ଟିଗଡିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ନେଉଳପୁର ଅଞ୍ଚଳର ସୌମେନ୍ଦ୍ର ରାମ ଓ ସନ୍ଦିପ ମହାନ୍ତି । ଚଣ୍ଡିଖୋଲରୁ ଫେରୁଥିବା ବେଳେ ସେମାନଙ୍କ ବାଇକ୍ କୁ ଧକ୍କା ଦେଇଥିଲା ଅଜଣା ଗାଡି । ଫଳରେ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021