ଭଦ୍ରକରେ ଟ୍ରକ୍‌କୁ ପଛପଟୁ ଧକ୍କାଦେଲା ବସ୍ ; ଦୁଇ ଜଣ ମୃତ, ୩ଜଣ ଗୁରୁତର

Published By : Prameya-News7 Bureau | October 07, 2018 IST

ଭଦ୍ରକ ୭|୧୦:  ଭଦ୍ରକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ବାଉଁଶ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ତୀର୍ଥ ଯାତ୍ରୀ ବସ୍ ।  ବସର ଡ୍ରାଇଭର ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଡ୍ରାଇଭର ରାମ ସାଗର ଯାଦବ ଓ ଜଣେ ତୀର୍ଥ ଯାତ୍ରୀ ଶିବ ନାରାୟଣ । ଗୁରୁତର ଓ ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।   ଉତ୍ତରପ୍ରଦେଶରୁ ପୁରୀ ଯାଉଥିବା ଏହି ତୀର୍ଥଯାତ୍ରୀ ବସରେ ୬୦ଜଣ ଯାତ୍ରୀ ଥିଲେ । ରାସ୍ତା ଉପରେ ବାଉଁଶ ବୋଝେଇ ଟ୍ରକ୍ ଖରାପ ହୋଇଥିବାରୁ ଦୀର୍ଘ ସମୟ ହେଲା ଛିଡା ହୋଇ ରହିଥିଲା । ପଛ ପଟେ କୌଣସି ସିଗନାଲ ନଥିବାରୁ ବସ୍ ଆସି ପିଟି ହୋଇଗଲା । ଦମକଳ କର୍ମଚାରୀ ଉଭୟ ମୃତ ଓ ଆହତଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.