ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ ଦୁଇ ମହିଳା ଗୁରୁତର
6/11/2019 at 7:53 AM

ଯାଜପୁର ୬।୧୧: ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁଇ ଜଣ ମହିଳା ଗୁରୁତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଯାଜପୁର ରୋଡ଼ ପାଟୁଳି ଛକ ନିକଟରେ ଦୁର୍ଘଟଣା ହୋଇଛି । ପାଟୁଳି ଛକ ନିକଟରେ ଗୋଟିଏ ବାଇକ୍ ରେ ଦୁଇ ଜଣ ଯାଉଥିବା ବେଳେ ବିପରୀତ ଦିଗକୁ ଅନ୍ୟ ଏକ ବାଇକ୍ ରେ ଦୁଇ ଜଣ ଆସୁଥିଲେ । ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ । ଦୁଇ ବାଇକ୍ ରେ ବସିଥିବା ମହିଳା ଦୁଇ ଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ମହିଳାଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ବାଇକ୍ କୁ ଜବତ କରିଛି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021