ଢେଙ୍କାନାଳରେ ସିରିଜ୍ ଦୁର୍ଘଟଣା : ଦୁଇଟି ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଜଣେ ଗର୍ଭବତୀ ମହିଳାଙ୍କ ସମେତ ଦୁଇ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | September 23, 2019 IST

ଢେଙ୍କାନାଳ ୨୩।୯: ଢେଙ୍କାନାଳରେ ସିରିଜ୍ ଦୁର୍ଘଟଣା ହୋଇଛି । ଗୋଟିଏ ଟ୍ରକ୍ ୫୦ମିଟର ଭିତରେ ଦୁଇଟି ଦୁର୍ଘଟଣା ଘଟାଇଛି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି ।

{"id":161393}

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ଛକରେ ସିରିଜ୍ ଦୁର୍ଘଟଣା ଘଟାଇଛି ଗୋଟିଏ ଟ୍ରକ୍ । ଟ୍ରକ୍ ଟି ପ୍ରଥମେ ସ୍ବାମୀ ଓ ସ୍ତ୍ରୀ ଯାଉଥିବା ଏକ ବାଇକ୍ କୁ ଧକ୍କା ଦେଇଥିଲା । ବାଇକ୍ ରେ ବସିଥିବା ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

{"id":161394}

ମୃତ ମହିଳା ଗର୍ଭବତୀ ଥିଲେ । ହସ୍ପିଟାଲରୁ ଗର୍ଭ ପରୀକ୍ଷା କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତ ମହିଳା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁର ସୁମିତ୍ରା ବେହେରା ବୋଲି ଜଣାପଡିଛି । ସ୍ବାମୀ ପ୍ରଦୀପ ସାହୁଙ୍କ ସହ ସେ ବାଇକ୍ ରେ ହସ୍ପିଟାଲରୁ ଫେରୁଥିଲେ ।

{"id":161395}

ଏହି ଦୁର୍ଘଟଣାର ୫୦ ମିଟରେ ଦୂରରେ ଟ୍ରକ୍ ଟି ପୁଣି ଏକ ବାଇକ୍ କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚଲାଉଥିବା ଜଣେ ମୂର୍ତ୍ତି କାରିଗରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ରେ ବସିଥିବା ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ମୂର୍ତ୍ତି କାରିଗର ହେଲେ ଭୁବନର ସୁରପ୍ରତାପପୁର ଗାଁର ଅଢେଇ ସ୍ବାଇଁ ।

{"id":161396}

ଆହତ ହୋଇଛନ୍ତି ଯମୁନାକୋଟ ଗାଁର ଅନୀଲ ବାରିକ । ଆହତ ଅନୀଲଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ର ଡ୍ରାଇଭର ଫେରାର ହୋଇଯାଇଛି । ଟ୍ରକ୍ କୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.