ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା ଟ୍ରକ୍ ; ୨ ମୃତ, ୩ ଗୁରୁତର

Published By : Prameya-News7 Bureau | April 05, 2019 IST

ସୋନପୁର ୫|୪ : ସୋନପୁର ଥାନା ସିଆଲଝୁଲି ଢାବା ନିକଟରେ ଦୁର୍ଘଟଣା । ସ୍କର୍ପିଓକୁ ଧକ୍କା ଦେଲା  ହାଇଓ୍ବା ଟ୍ରକ୍ । ଦୁର୍ଘଟଣା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି  । । ମୃତକ ମାନେ ହେଲେ ବଲାଙ୍ଗିର ଜିଲ୍ଲାର ରାଷ୍ଟ୍ରପତି ବେହେରା ଏବଂ ଧର୍ମ ଯାଦବ । ମୃତ ରାଷ୍ଟ୍ରପତି ବେହେରା ଜଣେ ବିଜେପି ନେତା । ତାଙ୍କ ଘର ବଙ୍ଗୋମୁଣ୍ଡ  ବ୍ଲକ୍ ବିରିପାଲି ଗାଁରେ । ରାଜନୈତିକ କାର୍ଯ୍ୟରେ ଅନ୍ୟ ସହଯୋଗୀଙ୍କୁ ନେଇ କଣ୍ଟାବାଞ୍ଜିରୁ ଭୁବନେଶ୍ବର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ୩ ଗୁରୁତରଙ୍କୁ ସୋନପୁର ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.