ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ : ଦୁଇ ମୃତ, ୭ ଗୁରୁତର
10/07/2019 at 10:28 AM

ନୀଳଗିରି ୧୦|୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ପିକଅପ ଭ୍ୟାନ ଓଲଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି । କାହାଳିଆ ଗ୍ରାମକୁ ଛାତ ପକାଇବାକୁ ସଜନାଗଡ଼ ତେଣ୍ଡା ଅଂଚଳର ମୁଡୁଗୁରା ସାହିରୁ ଶ୍ରମିକ ସହ ମିକ୍ସଚର ମେସିନ ନେଇ ଏକ ପିକଅପ ଭ୍ୟାନରେ ଆସୁଥିଲେ। ସେରଗଡ଼ ଉଦଳା ରାସ୍ତା ପାନବରଜ ନିକଟରେ ଭାରସାମ୍ୟ ହରାଇ ଭ୍ୟାନ୍ ଟି ଓଲଟି ପଡିଥିଲା। ମିକ୍ସଚର ମେସିନ ସହ ଗାଡିଭିତରେ ଚାପି ହୋଇ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି । ରାସ୍ତା ମଝିରେ ଦୁର୍ଘଟଣା ହୋଇଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଗୁରୁତରଙ୍କୁ ଆମ୍ବୁଲାନ୍ସ ଓ ଦମକଳ ବାହିନୀ ସହାୟତାରେ ନାଳଗିରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁଇ ମୃତକ ହେଲେ ମୁଡୁଗୁରାସାହିର ଗୁରୁବାରୀ ସିଂ ଓ ନମିତା ସିଂ।