ଘର କାନ୍ଥ ଭୁଶୁଡି ଦୁଇ ମୃତ, ଜଣେ ଆହତ

Published By : Prameya-News7 Bureau | June 24, 2019 IST

ଯାଜପୁର ୨୪|୬:  ଯାଜପୁରରେ କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ମଜୁରିଆଙ୍କ ସମେତ ଘର ମାଲିକଙ୍କ ମୃତ୍ୟୁ ହୋଇଛି ।

{"id":126431}

ସୂଚନା ଅନୁସାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗାଁ ବନମାଳୀ ସାହୁଙ୍କ ଘର କାମ ଚାଲିଥିଲା । କାମ କରୁଥିବା ବେଳେ ହଠାତ୍ କାନ୍ଥ ଭୁଶୁଡି ପଡିଥିଲା । ଫଳରେ ଘର ମାଲିକଙ୍କ ସହ ଜଣେ ମଜୁରିଆଙ୍କର ମୃତ୍ୟୁ ହୋଇ ଥିବାବେଳେ ଅନ୍ୟ ଜଣେ ମଜୁରିଆ ଆହତ ହୋଇଛନ୍ତି । ମୃତକ ମାନେ ହେଲେ ଘର ମାଲିକ ବନମାଳୀ ସାହୁ (୬୦ବର୍ଷ)  ଓ ମଜୁରିଆ ଚନ୍ଦନ ଲେଙ୍କା (୨୫ବର୍ଷ)  । ଆହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.