ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ଦୁଇ ମୃତ, ଜଣେ ଆହତ
13/07/2019 at 2:09 PM

ମାଲକାନଗିରି ୧୩|୭: ମାଲକାନଗିରି ଜିଲ୍ଲା ଚମ୍ପାଖାରି ଗ୍ରାମ ନିକଟରେ ମଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ବାଇକ୍ ରେ ୩ ଜଣ ବ୍ୟକ୍ତି ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବାଇକ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ । ଅନ୍ୟ ଦୁଇଜଣ ଆହତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଆଉ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ବ୍ୟକ୍ତି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।
Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021