ଟ୍ରକ୍କୁ ପଛପଟୁ ପିଟିଲା ସ୍କର୍ପିଓ ; ଦୁଇ ମୃତ, ଜଣେ ଗୁରୁତର
8/02/2019 at 8:36 AM

ଭଦ୍ରକ ୮|୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି ସ୍କର୍ପିଓ । ଦୁର୍ଘଟଣା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଦିଲ୍ଲୀପ ରାଉତ ଓ ଏସ.କେ ପୁହାଣ । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଇଣ୍ଡିଆନ ଅଏଲର ସୁରକ୍ଷା କର୍ମଚାରୀ ବୋଲି ଜଣାପଡିଛି । ଚାନ୍ଦବାଲିରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
18 January 2021
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021