Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମଦ ଲୋଭ ନେଲା ଜୀବନ ; ରାସ୍ତା କଡ଼ରେ ପଡ଼ିଥିବା ବିଦେଶୀ ମଦ ପିଇ ଦୁଇ ମୃତ, ଜଣେ ଗୁରୁତର

4/01/2019 at 7:05 PM

ରେଢାଖୋଲ ୪|୧: ମଦ ଲୋଭ ନେଲା ଜୀବନ ।ସମ୍ବଲପୁର ରେଢ଼ାଖୋଲରେ ବିଦେଶୀ ମଦ ପିଇ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ମଦ ଲୋଭ ନେଇଗଲା ଜୀବନ ।ରାସ୍ତା କଡ଼ରେ ପଡ଼ିଥିବା ବିଦେଶୀ ମଦ ବୋତଲ ହେଲା ପ୍ରାଣ ଘାତକ । ବିଦେଶୀ ମଦ ଲୋଭ ନେଇଯାଇଛି ୨ ଜଣଙ୍କର ଜୀବନ ।ଅନ୍ୟ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ସମ୍ବଲପୁର ନାକଟିଦେଉଳ ଥାନା ଗୌଡ଼ପଡ଼ା ଗାଁରେ ।ମଦରେ ୨ ଜଣଙ୍କର ଜୀବନ ଚାଲିଯିବା ପରେ ଉତ୍ୟକ୍ତ ଲୋକଙ୍କର ରାସ୍ତା ଅବରୋଧ । ଗାଁ ଲୋକଙ୍କର କହିବା କଥା ଏହା ଅଚାନକ ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ । ବିଷ ମିଶା ମଦ ବୋତଲ ଫିଙ୍ଗି ୨ ଜଣଙ୍କୁ ହତ୍ୟା କରାଯାଇଛି।

ନାକଟିଦେଉଳ ଗୌଡ଼ପଡ଼ା ଗାଁରକପିଳେଶ୍ବର ବାଦୀ, ଫକୀର ଖୁରା ଓ ପବିତ୍ର ଦୀପ୍‌ ଗତକାଲି ସଂଧ୍ୟାରେ ଏକାଠି ବସି ମଦ ପିଇଥିଲେ । ପିଇବାର ଘଣ୍ଟାକ ପରେ ୩ ଜଣଙ୍କର ଅବସ୍ଥା ଗୁରୁତର ହେବା ସହିତ ପ୍ରଥମେ ପବିତ୍ରଙ୍କର ମୃତ୍ୟୁ ଘଟିଥିଲା ।ପରେ ଗୁରୁତର କପିଳେଶ୍ବର ଓ ଫକୀରଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି କପିଳେଶ୍ବରଙ୍କର ମୃତ୍ୟୁ ଘଟିଛି ।ତେବେ ଏହା ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ।ସେହି ଗାଁର ରାଜକିଶୋର ଖୁରାଙ୍କ ସହିତ ଫକୀର ଖୁରାଙ୍କ ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ କାରଣରୁ ରାଜକିଶୋର ଷଡ଼ଯନ୍ତ୍ର କରି ବିଦେଶୀ ମଦ ବୋତଲରେ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ ରାଜକିଶୋରଙ୍କୁ ଅଟକ ରଖିଛି ।

   Related Posts