ହାତୀ ନେଲା ଦୁଇ ଜୀବନ, ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | January 18, 2020 IST

ଖୋର୍ଦ୍ଧା ୧୮।୧: ହାତୀ ଆକ୍ରମଣରେ ହଜ ପଞ୍ଚାୟତର ଦୁଇ ଜମଙ୍କର ମୃତ୍ୟୁ ହୋଇଛି । ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ହାତୀ ପ୍ରଥମେ ହଜ ଗ୍ରାମରେ ବାରିରେ ଥିବା କଳେଇ ଖାଇବା ପାଇଁ ପସିଥିଲେ ।

{"id":212696,"sizeSlug":"large"}

ସେହି ସମୟରେ ବଂଶୀଧର ଛୁଆଳସିଂହ ବାହାରକୁ ଯାଇଥିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

{"id":212697,"sizeSlug":"large"}

ପରେ ରାତି ୪ଟାରେ ହଜ ପଞ୍ଚୟତ କଲାରଝର ଗ୍ରାମକୁ ହାତୀ ଯାଇଥିଲା । ସେଠାରେ ସନାତନ ପ୍ରଧାନଙ୍କୁ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଗ୍ରାମର ବ୍ରଜବନ୍ଧୁ ସାହୁ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.