ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍‌କୁ ପଛପଟୁ ପିଟିଲା ଟ୍ରକ୍, ଦୁଇ ମୃତ ଜଣେ ଗୁରୁତର

Published By : Prameya-News7 Bureau | August 21, 2019 IST

ଟାଂଗୀ ୨୧|୮:  ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକକୁ ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବାଣପୁର ଥାନା ବେଲପଡା ଛକ ଜାତୀୟ ରାଜପଥ ୧୬ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ମୁନା ପାତ୍ର ଓ ସୁଦର୍ଶନ ବେହେରା । ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.