ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍ ପଛରେ ପିଟିଲା କାର୍, ୨ମୃତ ୪ଆହତ

Published By : Prameya-News7 Bureau | January 02, 2020 IST

କେନ୍ଦ୍ରାପଡା ୦୨।୦୧: ଜଗା ଦର୍ଶନ ହେଲା ଶେଷ ଦର୍ଶନ ।କେନ୍ଦ୍ରାପଡା ଦୁହୁରିଆ ଛକ ନିଟକରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପରିବାରର ଦୁଇ ସଦସ୍ୟ । ମୃତକ କଜଳା ଗାଁର ପ୍ରଣତି ପଣ୍ଡା ଓ କାକଟର ବିଜୟ ସାହୁ ବୋଲି ଜଣାପଡିଛି । ଦୁର୍ଘଟଣାରେ ଚାରିଜଣ ଗୁରୁତର ଅଛନ୍ତି ।

{"id":205601,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ପୁରୀରେ ଜଗନ୍ନାଥ ଦର୍ଶନ କରି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଦୁହୁରିଆ ଛକ ନିକଟ ରାସ୍ତା କଡରେ ଥିବା ଏକ ଟ୍ରକ ପଛରେ କାର୍‌ ପିଟି ହୋଇଥିଲା ।

{"id":205602,"sizeSlug":"large"}

ଘଟଣାସ୍ଥଳରେ ବିଜୟ ଓ ପ୍ରଣତିଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡିରେ ଥିବା ପ୍ରଣତିଙ୍କ ସ୍ବାମୀ ଦେବାଶିଷ, ତାଙ୍କର ଦୁଇ ପୁଅ ଓ କାର୍‌ ଡ୍ରାଇଭର ଗୁରୁତର ଅଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନନ୍ତାରିତ କରାଯାଇଛି ।

{"id":205603,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.