ଟ୍ରକ୍‌କୁ ଧକ୍କା ଦେଲା ଭ୍ୟାନ୍ : ଦୁଇ ମୃତ, ୬ ଗୁରୁତର

Published By : Prameya-News7 Bureau | September 18, 2019 IST

ଆନନ୍ଦପୁର ୧୮।୯: ଟ୍ରକକୁ ପିଟିଲା ଭ୍ୟାନ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଏନ୍ଏଚ୍-୨୦ ବିରଗୋବିନ୍ଦ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଏକ ଭ୍ୟାନ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ଜୀବନ ଚାଲିଯାଇଛି । ମୃତକ ହେଲେ ମହେଶ ପଣ୍ଡିତ ଏବଂ ମୋତି ସିଂ । ଗୁରୁତର ୬ ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି ।

{"id":159225}

ତେବେ ଭ୍ୟାନରେ ଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶ ଗୁନା ଜିଲ୍ଲା ରଘୁନାଥପୁର ଅଞ୍ଚଳର ବୋଲି ଜଣାପଡିଛି । ଏମାନେ ସମସ୍ତେ ପିଣ୍ଡଦାନ କରି ଗୟାରୁ ମଧ୍ୟପ୍ରଦେଶ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ଘସିପୁରା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଭ୍ୟାନରେ ସମୁଦାୟ ୧୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୨ ଶିଶୁ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.