Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ମାନସିକ ବିକୃତ ଯୁବକର ଉନ୍ମତ କାଣ୍ଡ ; ଆକ୍ରମଣରେ ୨ ମୃତ, ୨ ଗୁରୁତର

17/01/2019 at 8:45 AM

ନୟାଗଡ ୧୭|୧: ମାନସିକ ବିକୃତ ଯୁବକର ଉନ୍ମତ୍ତ କାଣ୍ଡ। ନୟାଗଡ ଓଡଗାଁ ସହରରେ ମାନସିକ ବିକୃତ ଯୁବକ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତ ହୋଇଛନ୍ତି । ଯୁବକଙ୍କୁ କାବୁ କରିବାକୁ ଯାଇ ଖୋଦ୍ ଥାନା ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ମାନସିକ ବିକୃତ ଯୁବକ ହେଲେ କୁଶଠିପିର ନିରଞ୍ଜନ ମଲ୍ଲିକ । ତାଙ୍କୁ ପୋଲିସ କାବୁ କରି ମେଡିକାଲରେ ଭର୍ତ୍ତି କରିଛି ।

ଦୁଇ ମୃତକ ହେଲେ ଗୋଡିପଲିର ମଦନୀ ପ୍ରଧାନ ଓ ଜାମୁସାହିର ଲୋଚନ ସେଠୀ । ଲୋଚନ ନିକଟସ୍ଥ ପରିବା ମାର୍କେଟର ରାତ୍ର ଜଗୁଆଳି ଥିଲେ । ସେହିପରି ମଦନୀ ନିଜ ଝିଅର ପ୍ରସବ ପାଇଁ କ୍ଲିନିକକୁ ଯାଉଥିବା ବେଳେ କ୍ଲିନିକରେ ପଶି ଉଭୟ ମା ଓ ଝିଅଙ୍କୁ ଆକ୍ରମଣ କରିଥିଲେ । ସେଥିରେ ମା ମଦନୀର ମୃତ୍ୟୁ ହୋଇଥିବା ବେଳେ ଝିଅ ସୁଲୋଚନାକୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।  ସେହପରି ମଶାବାଡିର ଅମୂଲ୍ୟ ବାରିକ ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମଧ୍ୟ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଭୋର ୩ଟାରୁ ୫ଟା ମଧ୍ୟରେ ଘଟିଛି ଏଭଳି ଘଟଣା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଓଡଗାଁ-ଭଞ୍ଜନଗର ରାସ୍ତା ଅବରୋଧ କରିଛନ୍ତି ।

   Related Posts