ଭାରସାମ୍ୟ ହରାଇ ହାଇଓ୍ବାକୁ ଧକ୍କା ଦେଲା ବସ୍ ; ଦୁଇ ମୃତ, ୧୦ ଗୁରୁତର

Published By : Prameya-News7 Bureau | June 27, 2019 IST

ରାଉରକେଲା ୨୭|୬: ଝାଡ଼ଖଣ୍ଡ ଗୁମୁଲା ଜିଲ୍ଲା ପାରକୋର୍ଟ ଠାରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଛନ୍ତି ।

{"id":127650}

ସୂଚନାଯୋଗ୍ୟ ଯେ, ଗତକାଲି ରାତି ୧୧ଟାରେ ରାଉରକେଲାରୁ ଗୟା ଅଭିମୁଖେ ବାହାରିଥିଲା ଯାତ୍ରୀବାହୀ ବସ ‘ଜୟ ବାଲାଜୀ’ । ପାଖାପାଖି ରାତି ୩ଟାରେ ଝାଡ଼ଖଣ୍ଡ ଗୁମଲା ପାରକୋର୍ଟ କେନଟୋଲାରେ ରାସ୍ତାକଡରେ ଛିଡା ହୋଇଥିବା ଏକ ହାଇଓ୍ବା ଟ୍ରକ କୁ ପଛପଟୁ ଧକ୍କା ଦେଇଥିଲା ବସ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ୧୦ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଗୁମଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । ବସ୍‌ରେ ମୋଟ୍ ୫୦ଜଣ ଯାତ୍ରୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.