ନବରଙ୍ଗପୁରରେ କଡା କଟକଣା : ଜୁଲାଇ ୩୧ ଯାଏ ସବୁ ଶନିବାର ଓ ରବିବାର ସଟ୍‌ଡାଉନ୍‌ , ସକାଳ ୭ରୁ ଦିନ୨ଟା ଯାଏ ଖୋଲା ରହିବ ଦୋକାନ

Published By : Prameya-News7 Bureau | July 01, 2020 IST

ନବରଙ୍ଗପୁର ୦୧।୦୭:  ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା କଟକଣା । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କଟକଣା ଜାରି କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି  ନୂଆ କଟକଣା ଜାରି କରାଯାଇଛି । ସମସ୍ତ ବିଧାୟକ ଓ ସାଂସଦଙ୍କ ସହିତ ଆଲୋଚନା ପରେ ନୂତନ କଟକଣା ଅନୁସାରେ ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ସାପ୍ତାହିକ ସଟ ଡାଉନ ଲାଗୁ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

{"id":294313,"sizeSlug":"large"}

ସୂଚନାଯୋଗ୍ୟ ଯେ, ସପ୍ତାହର ଅନ୍ୟ ଦିନ ଗୁଡିକରେ ସକାଳ ୭ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ୩୧ ଜୁଲାଇ ପର୍ଯ୍ୟନ୍ତ ଏହା ଲାଗୁ ହୋଇଥିବା ଏହି  ନୂତନ ନିୟମ ଅନୁସାରେ ୭ ରୁ ଅଧିକା ଲୋକେ ଘର ବ୍ୟତୀତ  ଅନ୍ୟ କୌଣସି ଜାଗାରେ ରହିପାରିବେନି । ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ସାଧରଣ ଦର୍ଶନ ନିମନ୍ତେ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ସାପ୍ତାହିକ ସଟଡାଉନ ସମୟରେ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବ । କିନ୍ତୁ  ମେଡିକାଲ ଷ୍ଟୋର ଗୁଡିକ ଖୋଲା ରହିବ ।  ଜରୁରୀ କାଳୀନ ସେବା ରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ କଟକଣା ଲାଗୁ ହେବ ନାହିଁ । ଜଳ ଯୋଗାଣ, ସଫେଇ କର୍ମଚାରୀଙ୍କ ପାଇଁ କଟକଣାରୁ ବାହାରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.