ଝାରସୁଗୁଡା ଜିଲ୍ଲାରେ ୨ଦିନିଆ ସଟ୍‌ଡାଉନ୍‌, ଚାଲିଛି ଜୋରଦାର ଚେକିଂ

Published By : Prameya-News7 Bureau | July 11, 2020 IST

ଝାରସୁଗୁଡା ୧୧।୦୭ : ଝାରସୁଗୁଡ଼ା ଜିଲ୍ଲାରେ ସାପ୍ତାହିକ ଦୁଇ ଦିନିଆ ସଟଡାଉନ ଜାରି ରହିଛି। ପ୍ରତି ସପ୍ତାହ ଶେଷ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ଦିନ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଆଜି ଦ୍ଵିତୀୟ ସପ୍ତାହରେ ସଟଡାଉନ ଜାରି ରହିଛି ।

{"id":298979,"sizeSlug":"large"}

ଏହି ନିର୍ଦ୍ଦେଶ ଅନୁସାରେ ଆଜି ସକାଳୁ ଝାରସୁଗୁଡା ଜିଲ୍ଲାର ଵିଭିନ୍ନ ଅଞ୍ଚଳରେ ସିଲ କରାଯାଇ କଡା ପୋଲିସ ପହରା ଦିଆଯିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଝାରସୁଗୁଡା ଜିଲ୍ଲାରେ ସଟଡାଉନକୁ କିଭଳି ସବୁ ଲୋକ ମାନିବେ ତାର ନିରୀକ୍ଷଣ ନିଜେ ଜିଲ୍ଲା ଏସପି ରାହୁଲ ପିଆର, ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଅନ୍ୟ ଅଧିକାରୀ ମାନେ କରୁଛନ୍ତି। ଜିଲ୍ଲାରେ ୫ଟି ସ୍ୱତନ୍ତ୍ର ଟିମ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସମନ୍ୱୟରେ ଗଠନ କରାଯାଇ ଝାରସୁଗୁଡା, ବ୍ରଜରାଜନଗର, ବେଳପାହାଡ଼ ସହରାଞ୍ଚଳରେ ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା କୋଭିଡ ନିୟମ ଉଲଂଘନ କରିବା ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି। ସଟଡାଉନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ଝାରସୁଗୁଡା ଜିଲ୍ଲାରେ ୩୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପୌର କର୍ମଚାରୀ ଆକ୍ରାନ୍ତ ଥିବା ଜଣାପଡିଛି । ଏହାପରେ ପ୍ରଶାସନର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.