Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ବୁର୍ଲା ସହରର ୫ ଟି ୱାର୍ଡକୁ ୨ଦିନ ପାଇଁ ସଟ୍‌ଡାଉନ୍‌

9/07/2020 at 9:08 AM

ସମ୍ବଲପୁର ୦୯।୦୭: ଆଜି ଓ ଆସନ୍ତାକାଲି ୨ ଦିନ ଧରି ବୁର୍ଲା ସହରର ୫ ଟି ୱାର୍ଡକୁ ସଟ ଡାଉନ ଘୋଷଣା କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ବୁର୍ଲା ସହରର 3,4,5,6, 7 ନମ୍ବର ୱାର୍ଡ ସମ୍ପୂର୍ଣ୍ଣ ସଟ ଡାଉନ ହୋଇଛି । ଗତ କିଛି ଦିନ ଭିତରେ ଭିସୁଟରୁ ୮ଟି ସ୍ଥାନୀୟ ସଂକ୍ରମଣ ବାହାରିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବୁର୍ଲା ଭୀମସାର ମେଡ଼ିକାଲ ସଟଡାଉନରୁ ବାଦ ରହିବ । ଚିକିତ୍ସା ସେବା ସ୍ୱାଭାବିକ ରହିବ । ଯେଉଁମାନେ ସଟଡାଉନ କଟକଣା ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ।

ତେବେ ସବୁ ବେସରକାରୀ ହସ୍ପିଟାଲ, ଔଷଧ ଦୋକାନ, କ୍ଷୀର ଦୋକାନ, ଗଣମାଧ୍ୟମ, ଅତ୍ୟାବଶ୍ୟକ ସେବାରେ ଥିବା ସରକାରୀ କର୍ମଚାରୀ, ଏଟିଏମ କଟକଣା ମୁକ୍ତ ରହିବ। ତେବେ ବିବାହ ଅଥବା ଯେକୌଣସି ସମାଜିଜ କାର୍ଯ୍ୟ ପାଇଁ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଅନୁମତି ନିଆଗଲା ପରେ ହିଁ କିଛି କରାଯାଇପାରିବ ।

ସେପଟେ ବୁର୍ଲା ଫାୟାର ଷ୍ଟେସନ ମଧ୍ୟ  ସଟଡାଉନ ହୋଇଛି  । ଜଣେ ଫାୟାରମ୍ୟାନ୍‌ କୋଭିଡ ପଜିଟିଭ୍ ଆସିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।  ଏହା ସହ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।  ବୁର୍ଲା ଷ୍ଟେସନର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ କ୍ବାରେଣ୍ଟାଇନକୁ ପଠାଇ ଦିଆଯାଇଛି । 

   Related Posts