୧୧ ଜିଲ୍ଲାରେ ୨ ଦିନିଆ ସଟ୍ ଡାଉନ୍ : ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ରହିବ ବଳବତ୍ତର

Published By : Prameya-News7 Bureau | June 06, 2020 IST

ଭୁବନେଶ୍ବର ୬।୬: ଆଜିଠାରୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍ ଡାଉନ୍ ଆରମ୍ଭ ହୋଇଛି । ଆଜି ସକାଳ ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ବଳବତ୍ତର ରହିବ । ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍ ଘୋଷଣା ହୋଇଛି । ଜୁନ୍ ୩୦ ଯାଏଁ ଶନି ଓ ରବିବାର ସଟ୍ ଡାଉନ୍ ହେବ । ସଟ୍ ଡାଉନ୍ ସମୟରେ ପେଟ୍ରୋଲ ପମ୍ପ୍ ଖୋଲା ରହିବ । ଟେଲିକମ୍, ମାଲ୍ ପରିବହନ, କୃଷି ସମ୍ପର୍କିତ କାର୍ଯ୍ୟ, ବସ୍, ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ । ତେବେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଅନ୍ତିମ ସଂସ୍କାର କାର୍ଯ୍ୟ ହେବ ।

{"id":281806,"sizeSlug":"large"}

ସଟ୍ ଡାଉନ୍ ସମୟରେ କେଉଁ କାର୍ଯ୍ୟ ଓ କେଉଁ ବ୍ୟକ୍ତିଙ୍କୁ ଛାଡ୍ ମିଳିବ ସେନେଇ ଏସଆରସି ସୂଚନା ଦେଇଛନ୍ତି । ଏସଆରସିଙ୍କ ପକ୍ଷରୁ କୁହାଯାଇଛି ଯେ, ମେଡିକାଲ କିମ୍ବା ଅନ୍ୟ କୌଣସି ଜରୁରୀ କାମରେ ଲୋକେ ବାହାରକୁ ଯାଇପାରିବେ । ସେହିପରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, କ୍ଲିୟରିଂ ହାଉସ୍, ଏଟିଏମ୍ ସହ ଜଡ଼ିତ କର୍ମଚାରୀମାନେ ଯାଇପାରିବେ ।

{"id":281807,"sizeSlug":"large"}

ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ସେବା, ଏଲପିଜି ଯୋଗାଣ ସହ ଜଡ଼ିତ କର୍ମଚାରୀ, ଅନଲାଇନରେ ଖାଦ୍ୟ ଓ ମଦ ଡେଲିଭରି କରୁଥିବା ସ୍ୱିଗି, ଜୋମାଟୋ ସଂସ୍ଥାର କର୍ମଚାରୀଙ୍କୁ ଯା ଆସ ପାଇଁ କଟକଣାରୁ ବାଦ୍ ଦିଆଯାଇଛି । ସେହିପରି ସକାଳ ୫ଟାରୁ ୮ଟା ଯାଏଁ ଖବରକାଗଜ ବିକ୍ରେତା ବାହାରେ ଚଳ ପ୍ରଚଳ କରିପାରିବେ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

{"id":281808,"sizeSlug":"large"}

ସେପଟେ କମିସନରେଟ୍ ପୋଲିସ ପକ୍ଷରୁ ସଟ୍ ଡାଉନ୍ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି । ଫାର୍ମାସିଷ୍ଟ ଓ ଔଷଧ ଦୋକାନ ପାଇଁ ଟ୍ରେଡ୍ ଲାଇସେନ୍ସ ଓ ପୁରୁଣା ପାସ୍ କାମ କରିବ । ଜରୁରୀ ସେବା ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଆଇଡି କାର୍ଡ କିମ୍ବା ସଂସ୍ଥା ଦ୍ବାରା ପ୍ରଦତ୍ତ ଅନୁମତି ପତ୍ର ଦେଖାଇବାକୁ ପଡିବ । ସଟ୍ ଡାଉନ୍ ସମୟରେ ଜରୁରୀକାଳୀନ ଅଟୋ ସେବା ଜାରି ରହିବ । ଏୟାରପୋର୍ଟ, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ମେଡିକାଲ ଭଳି ସ୍ଥାନରେ ଯାତ୍ରୀଙ୍କ ପାଇଁ ଅଟୋ ସେବା ଉପଲବ୍ଧ ହେବ । ସୁରକ୍ଷା ଦୃଷ୍ଟିରୁ ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ  ମୁତୟନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.